2nd Tuesday Chaitra Masa

ରାତ୍ର ତିନିଘଡି ଥାଇ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ। ବଲ୍ଲଭ ନୀତି ପରେ ପ୍ରାରମ୍ଭିକ ସମୟରେ ସକାଳ ଧୂପ କରାଯାଏ ଏବଂ ବନ୍ଦାପନା ଆଳତୀ ପରେ ସର୍ବସାଧାରଣ ଦର୍ଶନ ପାଇଁ ସାହାଣମେଲା କରାଦିଆଯାଏ। ଏବଂ ମା ଙ୍କର ରାଜରାଜେଶ୍ଵରୀ ବେଶ ଦର୍ଶନ କରିବା ସହ ବେଢାରେ ସୀମନ୍ତିନୀ ଗଣ ଙ୍କ ଦ୍ଵାରା ମନ୍ଦିର ବେଢାରେ ପନ୍ଥେଇ ପୂଜା କରିଥାନ୍ତି

ପ୍ରାୟତଃ ମଧ୍ୟାହ୍ନ ସମୟ ରେ ଶାରଳା ପୀଠ ରୁ ଆସିଥିବା ରାଉଳ ସେବକ ମାନେ ଓ ଭୋଇ ସେବକ ମାନେ ମା’ ଙ୍କର ଆଜ୍ଞାମାଳ ପାଇବା ପର ଘଣ୍ଟ, ଢୋଲ ଓ କାହାଳୀ ମଧ୍ଯରେ ପ୍ରାଚୀ ନଦୀ ର ଘଟତୋଳା ତୁଠ କୁ ଗମନ କରି ସେଠାରେ ପଞ୍ଚମୁଖୀ ଘାଟିରେ ପ୍ରାଚୀ ରୁ ପାଣି ତୋଳି ସାରି ମନ୍ଦିର କୁ ଫେରନ୍ତି। ଘଣ୍ଟ ପାଟୁଆ ସେବକ ମାନେ ନିଜକୁ ନାରୀ ବେଶରେ ସଜାଇ ହୋଇଥାନ୍ତି। ମନ୍ଦିର ଫେରିବା ପରେ ଘଣ୍ଟ ପାଟୁଆ ନୃତ୍ୟ କରିଥାନ୍ତି। ପାଟୁଆ ନୃତ୍ୟ ସମାପନ ହୁଏ।

ଏହାପରେ ମନ୍ଦିର ଗର୍ଭଗୃହ ଖାଲି କରାଯାଇ ଦ୍ବିପ୍ରହର ଧୂପ ଓ ଭଅଣ୍ଡ ଧୂପ କରାଯାଏ ଏବଂ ଦ୍ବିପ୍ରହର ପହୁଡ ପଡେ। ସଂନ୍ଧ୍ଯା ଆଳତି କରାଯାଇ ଉଲାଗି ଓ ମାର୍ଜନା କରାଯାଏ। ବେଶ ପରେ ଭାଗବତ ପାଠ, ରାତ୍ରି ଧୂପ, ଗୀତଗୋବିନ୍ଦ ପାଠ ଓ ବଡସିଂହାର ପରେ ଭ୍ରମଣୀ ନୀତି ଅନୁଷ୍ଠିତ ହୋଇଥାଏ।

ଏହାପରେ ମନ୍ଦିର କୁ ଫେରାଇ ନିଆଯାଇ ସିଂହାସନ ଉପରେ ‘ଭ୍ରମଣୀ ଭୋଗ’ ନାମରେ ଏକ ବାଲ୍ୟ ଭୋଗ ଅର୍ପଣ କରାଯାଇଥାଏ। ଏହାପରେ ମା’ ଙ୍କର ପହଡ ପଡିଥାଏ।

ଜୟ ମା ମଙ୍ଗଳା ..